17 Mar From Daringbadi to Nepal: A Journey of Climate, Livelihoods, and Hope
Written by Astina Raika, Gram Vikas
Edited by Sofia Juliet Rajan
Design & Layout: Midhun Mohan, Satybrat Sukla
ଦାରିଙ୍ଗବାଡିରୁ ନେପାଳ: ଜଳବାୟୁ, ଜୀବିକା ଏବଂ ଆଶାର ଏକ ଯାତ୍ରା
ଆଷ୍ଟିନା କୁମାର ରାଇକା ଙ୍କ ଦ୍ୱାରା, ଗ୍ରାମ ବିକାଶ
ଦାରିଙ୍ଗବାଡିକୁ ପ୍ରାୟତଃ “ଓଡ଼ିଶାର କାଶ୍ମୀର” କୁହାଯାଏ। କନ୍ଧମାଳ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ପ୍ରାୟ 3,000 ଫୁଟ ଉଚ୍ଚରେ ଅବସ୍ଥିତ ଏହି ପାହାଡ଼ିଆ ଅଞ୍ଚଳ ଶୀତଳ ଜଳବାୟୁ, ସବୁଜ ଉପତ୍ୟକା, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଝରଣା–ପ୍ରପାତ ପାଇଁ ପ୍ରସିଦ୍ଧ। କୁହୁଡ଼ି ଢାକା ସକାଳ, ଶୀତଳ ରାତ୍ରି ଓ ଶାନ୍ତ–ନିର୍ମଳ ପରିବେଶ ଏହି ଭୂମିକୁ ଏକ ମନୋହର ନିବାସସ୍ଥଳୀର ରୂପ ଦେଇଛି, ଯାହା ହିମାଳୟ ସଦୃଶ ପରିବେଶରେ ସୁନ୍ଦର ଭାବେ ପ୍ରଫୁଲ୍ଲିତ ।
ଦାରିଙ୍ଗବାଡ଼ି କେବଳ ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପରିଚିତ ନୁହେଁ। ଏଠାରେ ଧାନ, ହଳଦୀ, ମକା ଓ ଅଦା ଏବଂ ବିଭିନ୍ନ ପନିପରିବା ଚାଷ କରୁଥିବା ଅନେକ କୃଷକ ପରିବାର ବସବାସ କରନ୍ତି। କେତେକ ପରିବାର ଛୋଟ ବଗିଚା କରି ଅତିରିକ୍ତ ଆୟ କରନ୍ତି। ଜଙ୍ଗଲ ତାଙ୍କୁ ଖାଦ୍ୟ ଓ ଜୀବିକା ପାଇଁ ଜରୁରୀ ସମ୍ପଦ ଯୋଗାଇ ଦେଉଛି।
କିନ୍ତୁ ଏହି ସବୁ ଜୀବନ ବ୍ୟବସ୍ଥାକୁ ଏବେ ଜଳବାୟୁ ପରିବର୍ତ୍ତନ ଆସ୍ତେ ଆସ୍ତେ ପ୍ରଭାବିତ କରୁଛି। ବର୍ଷା ଠିକ୍ ସମୟରେ ହେଉନାହିଁ, ଫସଲ ଚାଷ କରିବା ଅଧିକ ସଂଘର୍ଷ କରିବାକୁ ପଡ଼ୁଛି। ଏହି କାରଣରୁ ଅନେକ ପରିବାରକୁ କଷ୍ଟକର ସିଦ୍ଧାନ୍ତ ନେବାକୁ ପଡ଼ୁଛି। ଘରେ କାମ ନ ମିଳିଲେ, ଦୈନିକ ମଜୁରୀ ପାଇଁ କେରଳ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଭଳି ଦୂର ରାଜ୍ୟକୁ ସ୍ଥାନାନ୍ତରିତ ହେବାକୁ ପଡ଼ୁଛି।
ଏଭଳିଭାବେ, ସୁନ୍ଦର ଦେଖାଯାଉଥିବା ଦାରିଙ୍ଗବାଡିର ଜୀବନ ଭିତରେ ଅନେକ ସଂଘର୍ଷ ଓ ଆଶା ଲୁଚିଥାଏ।
ମୁଁ ଏହି ବାସ୍ତବତାରେ ବଢ଼ିଥିଲି, ଏଠାରେ ଲୋକମାନେ ପ୍ରକୃତି ସହିତ ସମନ୍ୱୟରେ କିପରି ବାସ କରନ୍ତି ତାହା ଦେଖିଥିଲି କିନ୍ତୁ ଏହାର ଅନିଶ୍ଚିତତା ସହିତ ମଧ୍ୟ ସଂଘର୍ଷ କରିଥିଲି। ତେଣୁ ଯେତେବେଳେ ମୋର ପ୍ରଥମ ବିଦେଶ ଯାତ୍ରା ପାଇଁ ସୁଯୋଗ ଆସିଲା – ଏପ୍ରିଲ 2025 ରେ ନେପାଳକୁ ଏକ ଶିକ୍ଷଣୀୟ ପରିଦର୍ଶନ – ମୋର ହୃଦୟ ଉତ୍ସାହ, ଭୟଭୀତ ଏବଂ କୌତୁହଳରେ ପୂର୍ଣ୍ଣ ହୋଇଗଲା।
ମୋ ମନରେ ପ୍ରଶ୍ନଗୁଡ଼ିକ ଘୂରି ବୁଲୁଛି:
“ସେଠାରେ ଜଳବାୟୁ କିପରି ରହିବ? ଲୋକମାନଙ୍କ ଜୀବିକା କଣ ? ଜଳବାୟୁ ପରିବର୍ତ୍ତନ ହେଲେ ସେମାନେ କିପରି ଅନୁକୂଳ ହୁଅନ୍ତି? ମୁଁ କ‘ଣ ଏହି ସ୍ଥାନ ସହିତ ସେହିପରି ସମ୍ପର୍କ ରଖିବି ଯେପରି ମୁଁ ମୋ ନିଜ ଅଞ୍ଚଳ ସହିତ ସମ୍ପର୍କ ରଖେ? ସାଧାରଣ ଜିନିଷ ମଧ୍ୟ, ସେମାନଙ୍କର ଖାଦ୍ୟ ପରିଚିତ ଲାଗିବ କି?
ଯେତେବେଳେ ମୋର ଯାତ୍ରା ଆରମ୍ଭ ହେଲା —
ଦାରିଙ୍ଗବାଡି → ବ୍ରହ୍ମପୁର → ଭୁବନେଶ୍ୱର → ଦିଲ୍ଲୀ → କାଠମାଣ୍ଡୁ → ପୋଖରା → କାଗବେନୀ (ଅନ୍ନପୂର୍ଣ୍ଣା ସଂରକ୍ଷଣ କ୍ଷେତ୍ର ପ୍ରକଳ୍ପ) —
ମୁଁ ଅନୁଭବ କଲି ଯେ ଏହା କେବଳ ମୋ ଦେଶ ବାହାରକୁ ପାଦ ଦେବା ବିଷୟରେ ନୁହେଁ। ଏହା ମୋର ଆରାମ କ୍ଷେତ୍ର ବାହାରକୁ ପାଦ ଦେବା, ମୋ ଭୂମିର କାହାଣୀ ବହନ କରିବା ଏବଂ ଅନ୍ୟ ଏକ ସ୍ଥାନରେ ସେହି ସମାନ ସଂଘର୍ଷ ଏବଂ ଆଶାର ପ୍ରତିଫଳନ ଖୋଜିବା ବିଷୟରେ ଥିଲା।
ଏହା ଏକ ଯାତ୍ରାର ଆରମ୍ଭ ଥିଲା ଯାହା ମୋତେ କେବଳ ନେପାଳର ଭୂଦୃଶ୍ୟ ଦେଖାଇବ ନାହିଁ ବରଂ ଜଳବାୟୁ, ଜୀବିକା ଏବଂ ସମ୍ପ୍ରଦାୟ ସ୍ଥିରତାକୁ ଦେଖିବାର ମୋର ଦୃଷ୍ଟିକୋଣକୁ ମଧ୍ୟ ପରିବର୍ତ୍ତନ କରିବ।
ଏହା କେବଳ ଦର୍ଶନୀୟ ସ୍ଥାନ ପାଇଁ ଏକ ଯାତ୍ରା ନୁହେଁ, ବରଂ ଏକ ଅନୁଭୂତି ଯାହା ମୋ ମାନସିକତା, ଦୃଷ୍ଟିକୋଣ ଏବଂ ସାମାଜିକ ନେତୃତ୍ୱର ଭାବନାକୁ ଗଭୀର ଭାବରେ ପରିବର୍ତ୍ତନ କରିଥିଲା | ମୁଁ ଜୋଏଲ୍ ସାର୍ ଏବଂ ଜୋବିନ୍ ସାର୍ଙ୍କ ସହିତ ଯାତ୍ରା କରିବାର ସୌଭାଗ୍ୟ ପାଇଲି, ଯେଉଁମାନେ ସାରା ଯାତ୍ରାରେ ମୋତେ ସମର୍ଥନ କରିଥିଲେ – ତାହା ଖାଦ୍ୟ, ରହଣି କିମ୍ବା ଯାତ୍ରା ବ୍ୟବସ୍ଥା ହେଉ। ସେମାନଙ୍କର ନିରନ୍ତର ଯତ୍ନ ପ୍ରତ୍ୟେକ ମୁହୂର୍ତ୍ତକୁ ଆରାମଦାୟକ ଏବଂ ସ୍ମରଣୀୟ କରିଥିଲା।
ନେପାଳ: ହିମାଳୟ ଗ୍ରାମଗୁଡିକର ଅନୁସନ୍ଧାନ
ଆମ କ୍ଷେତ୍ର ପରିଦର୍ଶନ ସମୟରେ ଆମେ କାଗବେନି, ଟାଙ୍ଗବେ ଓ ମୁସ୍ତାଙ୍ଗର କିଛି ଉଚ୍ଚ ପାହାଡ଼ିଆ ଗାଁକୁ ଯାଇଥିଲୁ। ସେଠାରେ ଲୋକମାନଙ୍କର ଜୀବିକା, ପରିବେଶ ସମସ୍ୟା ଓ ସେମାନେ ମିଶିକରି କିପରି କାମ କରୁଛନ୍ତି, ତାହା ଦେଖିବାକୁ ମିଳିଲା।
କାଗବେନି ଗାଁରେ ଯବ,ସେଉ, ମକା ଓ ଆଳୁ ପ୍ରମୁଖ ଚାଷ। କିନ୍ତୁ ପାଣିର ଅଭାବ ଓ ସମୟରେ ବର୍ଷା ନ ହେବା ଚାଷ ପାଇଁ ସମସ୍ୟା ସୃଷ୍ଟି କରେ। ଲୋକମାନେ ପଶୁପାଳନ ମଧ୍ୟ କରନ୍ତି ଏବଂ ଜଙ୍ଗଲ ଉପରେ ନିର୍ଭର କରନ୍ତି।
ଗ୍ରାମବାସୀମାନେ କହିଥିଲେ ଯେ ଅନେକ ଯୁବକ କାମ ପାଇଁ ସହର କିମ୍ବା ବିଦେଶକୁ ଯାଆନ୍ତି। ଗାଁରେ ରହିଥିବା ମହିଳା ଓ ବୃଦ୍ଧମାନେ ଚାଷ ଓ ପଶୁପାଳନ ଦେଖାଶୁଣା କରନ୍ତି। ବିଦେଶରୁ ଆସୁଥିବା ଟଙ୍କା ଦ୍ୱାରା ପରିବାର ଚାଲେ।
ଗାଁ ପରିଷଦ ମିଶିକରି କାମ କରେ ଓ ପାଣି ବଣ୍ଟନ ଦେଖାଶୁଣା କରେ। ଏଠାରେ ଚାଷ ମୁଖ୍ୟତଃ ଏକାଠି ହୋଇ କରାଯାଏ। ପରିବାର ଓ ପଶୁପାଳନ ସମ୍ଭାଳିବାରେ ମହିଳାମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।
ଟାଙ୍ଗବେ ଗାଁରେ ଯବ, ଗହମ ଏବଂ ଆଳୁ ମୁଖ୍ୟ ଫସଲ। ଏଠାରେ ପାହାଡ଼ ଢାଳରେ ସିଢ଼ି ଭଳି ତିଆରି କରାଯାଇଥିବା ଟେରାସ୍ ଜମିରେ ଚାଷ ହୁଏ। ଏହି ଜମି ପାଣି ଧରି ରଖେ ଏବଂ ମାଟି ବହିଯିବାକୁ ରୋକେ। କିନ୍ତୁ ବର୍ଷା କମ୍ ଥିବାରୁ ଏହି ଟେରାସ୍ ଜମିକୁ ଭଲ ଭାବରେ ରଖିବା ପାଇଁ ବହୁତ ଶ୍ରମ ଲାଗେ।
କାମ ଖୋଜି ଅନେକ ଯୁବକ ପୋଖରା ଓ କାଠମାଣ୍ଡୁକୁ ଯାଆନ୍ତି। ସେଥିପାଇଁ ଘର ଓ ଖେତର ଅଧିକାଂଶ କାମ ମହିଳାମାନେ କରନ୍ତି। ଗାଁର ଲୋକେ ମିଶି ଟେରାସ୍ ଜମି ଓ ପାଣି ନାଳାର ଦେଖାଶୁଣା କରନ୍ତି। ଚାଷ ଓ ଗାଁ ଜୀବନରେ ମହିଳାମାନେ ଏକ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି।
ମୁସ୍ତାଙ୍ଗ ଅଞ୍ଚଳର ଭିତର ଗାଁଗୁଡ଼ିକରେ ଗଲେ, ସେଠାର ଗାଁଗୁଡ଼ିକ ଅଧିକ କଠିନ ଜଳବାୟୁ ସମସ୍ୟା ସହ ମୁହାଁମୁହିଁ ହୁଅନ୍ତି। ଏଠାରେ ମୁଖ୍ୟତଃ ଯବ ଓ ଆଲୁ ଚାଷ ହୁଏ। ଲୋକେ ପଶୁ ପାଳନ କରନ୍ତି ଏବଂ ସାଧାରଣ ପର୍ଯ୍ୟଟନ ଉପରେ ମଧ୍ୟ କିଛି ନିର୍ଭର କରନ୍ତି।
ଏଠାରୁ ଅନେକ ଯୁବକ ଓ ଯୁବତୀ କାମ ପାଇଁ ଭାରତ, ଥାଇଲାଣ୍ଡ, ଗଲ୍ଫ ଦେଶ, ଏବଂ ଆମେରିକା–ଏଉରୋପ୍କୁ ଯାଆନ୍ତି। ଏତେ ସମସ୍ୟା ସତ୍ତ୍ୱେ ମଧ୍ୟ, ମୁସ୍ତାଙ୍ଗର ଗାଁଗୁଡ଼ିକ ଶକ୍ତିଶାଳୀ ଗାଁ ସଭା ଓ ମହିଳା ଗୋଷ୍ଠୀ ମାଧ୍ୟମରେ ଚାଲିଥାଏ। ପାଣି ବ୍ୟବସ୍ଥା, ଚାଷ କାମ ଓ ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତିରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି।
ମୋ ଘରକୁ ନେଇଯିବା ଶିକ୍ଷା
ଏହି ଯାତ୍ରା ମୋତେ ଦେଖାଇଲା କି ଦାରିଙ୍ଗବାଡ଼ି ଓ ନେପାଳର ଗାଁମାନଙ୍କ ଜୀବନ କେତେ ସମାନ। ମୁଁ ପାହାଡ଼ ଅଞ୍ଚଳରେ ବଡ଼ ହୋଇଛି, ଯେଉଁଠାରେ ଲୋକମାନେ ଚାଷ ଓ ପଶୁପାଳନରେ ନିର୍ଭର କରନ୍ତି, ଏହା ନେପାଳର ଗାଁମାନଙ୍କ ସହିତ ମିଳିତ।
ଉଭୟଅଞ୍ଚଳରେ ବର୍ଷା ଅନିୟମିତ, ସୁକା ଦୀର୍ଘ ହୋଇଥାଏ ଓ ପରିବେଶ ଅସ୍ଥିର। ଏହି ପରିସ୍ଥିତି ଚାଷକୁ ଅଧିକ ଅସୁରକ୍ଷିତ କରୁଛି। ଏହିକାରଣରୁ ପ୍ରବାସ ସାଧାରଣ: ଦାରିଙ୍ଗବାଡ଼ିର ଯୁବକମାନେ ଭାରତର ଅନ୍ୟାନ୍ୟ ରାଜ୍ୟକୁ କାମ ପାଇଁ ଯାଆନ୍ତି, ନେପାଳର ଯୁବକମାନେ ସହର କିମ୍ବା ବିଦେଶକୁ।
ଏହି ସଦୃଶତା ମୋତେ ଗଭୀର ଭାବରେ ଛୁଇଁଦେଲା। ମୋତେ ବୁଝିବାକୁ ମିଳିଲା ଯେ, ପାହାଡ଼ିଆ ଗାଁମାନେ ଯେଉଁ ସମସ୍ୟା ସହିତ ଜୀବନ ଯାପନ କରୁଛନ୍ତି, ସେଗୁଡ଼ିକ ସୀମା ଭିତରେ ସମାନ – ଦୁର୍ବଳତା ଥିଲେ ମଧ୍ୟ ସେମାନଙ୍କର ସହନଶୀଳତା ଓ ମିଶିକରି କାମ କରିବାର ଶକ୍ତି ଅତ୍ୟଧିକ ଦୃଢ଼।
ଏହି ଅନୁଭବ ମୋତେ ପ୍ରେରିତ କଲା କି, ଆମ ଗାଁ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ସହଭାଗୀ, ସ୍ଥାୟୀ ଓ ପରିବେଶ–ସହିଷ୍ଣୁତାପର ଉନ୍ନତି ଆଣିପାରିବା।
ଜଳବାୟୁ ଓ ପରିବେଶ
ନେପାଲର ପାହାଡ଼ ଅଞ୍ଚଳ ହିମାଳୟ ପର୍ବତ ଶୃଙ୍ଖଳା ନିକଟରେ ଅବସ୍ଥିତ।
ସେଠାରେ ବରଫ ଆଚ୍ଛାଦିତ ପାହାଡ଼ ଓ ଗଳିଥିବା ବରଫର ପାଣି ହେଉଛି ଲୋକମାନଙ୍କ ପିଇବା ଓ ଚାଷ ପାଇଁ ପ୍ରଧାନ ଉତ୍ସ।
ଅଧିକ ଉଚ୍ଚତା ଓ ଶୀତଳ ଜଳବାୟୁ ହେତୁ ସେଠାରେ ବୃକ୍ଷ, ଜଙ୍ଗଲ ଓ ଚାଷ ଜମି ଅଳ୍ପ ଦେଖିବାକୁ ମିଳେ।
ଜଳବାୟୁ ପରିବର୍ତ୍ତନ ଫଳରେ ବରଫ ଶୀଘ୍ର ଗଳିଯାଉଛି, ପାହାଡ଼ ଢାଳରୁ ମାଟି ଦୋହିଯାଉଛି, ଓ ଲ୍ୟାଣ୍ଡସ୍ଲାଇଡ୍ ହେବା ଫଳରେ ଘରବାଡି, ରାସ୍ତା ଓ ଜମି ନଷ୍ଟ ହେଉଛି।
ଏହି ପରିସ୍ଥିତି ଲୋକମାନଙ୍କ ଜୀବିକାକୁ ଅସ୍ଥିର କରିଦେଉଛି ଓ ବାଧ୍ୟ କରୁଛି ନିଜ ଗାଁ ଛାଡ଼ି ଅନ୍ୟ ରାଜ୍ୟ ଦେଶ କୁ ପ୍ରବାସ କରିବାକୁ।
ଜୀବିକା:
ସମ୍ପ୍ରଦାୟଗୁଡ଼ିକ ବର୍ଷା–ନିର୍ଭରଶୀଳ ଫସଲ, ପଶୁପାଳନ ଏବଂ ପର୍ଯ୍ୟଟନ ଉପରେ ନିର୍ଭର କରନ୍ତି।
ଜଳ ଅଭାବ ଓ ସୀମିତ ଚାଷ ମୌସମ ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
ସମୁଦାୟ ମିଳି ଜଳ ବଣ୍ଟନ ଓ ପାଣି ସଂରକ୍ଷଣ ପାଇଁ ସାମୁହିକ ପ୍ରଣାଳୀ ଗଠନ ସାଧାରଣ।
ପ୍ରବାସ: ଦାରିଙ୍ଗବାଡ଼ି ପରି, ଏଠାରେ ମଧ୍ୟ ଯୁବମାନେ କାମ ପାଇଁ ପ୍ରବାସ କରୁଛନ୍ତି ଏବଂ ମହିଳାମାନେ କ୍ଷେତ ଓ ଘରର ଦାୟିତ୍ୱ ନିଅନ୍ତି। ଏହାର ପ୍ରଭାବ ପରିବାର ଗଠନ ଓ ସାମାଜିକ ସମ୍ପର୍କ ଉପରେ ପଡ଼ୁଛି। ଦାରିଙ୍ଗବାଡ଼ିରେ ଯେଉଁଠାରେ ପ୍ରବାସ ମୁଖ୍ୟତଃ ଭାରତ ମଧ୍ୟରେ ହୁଏ, ସେଠାରେ ନେପାଳର ଆମେ ଦେଖିଥିବା ଗାଁ ଗୁଡ଼ିକରେ ଆନ୍ତର୍ଜାତୀୟ ପ୍ରବାସ ସାଧାରଣ ଘଟଣା। ଲୋକମାନଙ୍କ ମଧ୍ୟରେ ଏକ ସାମାଜିକ ନେଟୱାର୍କ ଗଠିତ ହୋଇଛି, ଯାହା ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ କାମ ପାଇଁ ପ୍ରବାସ କରିବାରେ ସହାୟତା କରୁଛି।
ସମୁଦାୟ ଅଭ୍ୟାସ: ପାରମ୍ପରିକ କମିଟି ଓ ମହିଳା ସଂଗଠନଗୁଡ଼ିକ ସାମୁହିକ ନିଷ୍ପତ୍ତି ନେବାରେ ନେତୃତ୍ୱ ନିଅନ୍ତି। ପାଣି ବଣ୍ଟନ, ଚାଷ ପରିଚାଳନା ଓ ସମସ୍ୟା ସମାଧାନ ଭଳି କାମ ସେମାନେ ମିଶିକରି କରନ୍ତି। ଏହା ଦାରିଙ୍ଗବାଡ଼ିରେ ଦେଖାଯାଉଥିବା ବନ ସୁରକ୍ଷା ସମିତି, କୃଷକ ଉତ୍ପାଦକ ଗୋଷ୍ଠୀ (FPG), ଗ୍ରାମ ଉନ୍ନୟନ କମିଟି (VDC), ସ୍ୱୟଂ ସହାୟକ ଗୋଷ୍ଠୀ (SHG), ଧାର୍ମିକ କମିଟି ଓ ଯୁବ ସଂଗ ମାନଙ୍କ ପରି। ଯେଉଁଠି ସମସ୍ୟା ସମାଧାନ ଓ ସମୁହିକ ନିଷ୍ପତି ଉପରେ ଗୁରୁତ୍ୱ ଦିଆଯାଏ।
ଏହି ଭ୍ରମଣରୁ ମୋତେ ସରଳ ଶିକ୍ଷା ମିଳିଲା, ଯାହାକୁ ମୁଁ ଦାରିଙ୍ଗବାଡ଼ିକୁ ନେଇଯିବାକୁ ଚାହାଁଛି – ଗାଁ କମିଟିଗୁଡ଼ିକୁ ଶକ୍ତିଶାଳୀ କରିବା, ପାଣି ସଂରକ୍ଷଣକୁ ଭଲ କରିବା, ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ସଚେତନ କରିବା, ଏବଂ ମହିଳା ଓ ଯୁବମାନେ ନେତୃତ୍ୱ ନେବା ପାଇଁ ଅଧିକ ସୁଯୋଗ ଦେବା।
ମୁସ୍ତାଙ୍ଗର ସମ୍ପ୍ରଦାୟଗୁଡ଼ିକ ମୋତେ ଗଭୀର ଭାବରେ ପ୍ରେରଣା ଦେଇଥିଲା। ସେଠାରେ ଲୋକମାନେ ପରିବେଶ ସହିତ ମିଶିକରି ଜୀବିକା ଚଳାଇଥିଲେ, ଏବଂ ସହଯୋଗ ଓ ସାମୁହିକ ଦାୟିତ୍ୱକୁ ମହତ୍ତ୍ୱ ଦେଉଥିଲେ। ଏହା ମୋତେ ଏକ ନୂତନ ଭାବ ଦେଇଛି – ଦେଖିଲି କିଭଳି ସ୍ଥାୟୀ, ସହଭାଗୀ ଓ ପରିବେଶ ପ୍ରତି ସମ୍ବେଦନଶୀଳ ବିକାଶ ହେବା ଉଚିତ।
ପାହାଡ଼ର ନିରବତା ମଧ୍ୟରେ ଲୋକେ ସ୍ୱପ୍ନ ନେଇ ଚାଲୁଛନ୍ତି।
ପାଣି କମ୍, ଜମି କଠିନ — କିନ୍ତୁ ଏକତା ଓ ଆଶା ଅଟୁଟ।
ପିଲାମାନେ ପଢ଼ିବାକୁ ଦୂର ଦୂରକୁ ଯାଆନ୍ତି ,
ବୟସ୍କମାନେ ସମୁଦାୟକୁ ଶକ୍ତ କରି ଧରି ରଖନ୍ତି।
ପ୍ରବାସ ଯନ୍ତ୍ରଣାଦାୟକ,
ତଥାପି ଫେରି ଆସିବାର ସ୍ୱପ୍ନ ଆଜି ମଧ୍ୟ ଉଜ୍ଜ୍ୱଳ
-Astina Raika
ସାହସ ଏବଂ ଆଶାର ସେତୁ
ମୁସ୍ତାଙ୍ଗରୁ ଫେରୁଥିବା ସମୟରେ, ଆମେ ଗଣ୍ଡକୀ ସୁବର୍ଣ୍ଣ ଝୁଲା ସେତୁରେ ଅଟକିଲୁ—ଏସିଆର ସବୁଠାରୁ ଲମ୍ବା ଏବଂ ପୃଥିବୀର ତୃତୀୟ ସବୁଠାରୁ ଲମ୍ବା ପାଦଚାରୀ ଝୁଲା ସେତୁ। ମୋ ପଛରେ ଉଭା ଥିଲେ ଭବ୍ୟ ପର୍ବତମାଳା, ତଳେ ବହୁଥିଲା ପ୍ରଚଣ୍ଡ ଗଣ୍ଡକୀ ନଦୀ, ଏବଂ ଚାରିପାଖରେ ବହୁଥିଲା ପବନର ଶିଖରିଣୀ ସ୍ୱର। ସେଟା କେବଳ ଏକ ଦୃଶ୍ୟ ନୁହେଁ—ସେଟା ଥିଲା ଏକ ଅନୁଭୂତି, ଏକ ପରୀକ୍ଷା, ଏବଂ ଏକ ବିଜୟ ଥିଲା।
ସେଠାରେ ଠିଆ ହୋଇ ମୁଁ ଅନୁଭବ କଲି ଯେ ଜୀବନ ନିଜେ ଏକ ଝୁଲା ପୋଲ ପରି: ପ୍ରତ୍ୟେକ ପଦକ୍ଷେପ ଆଗକୁ ସାହସ, ବିଶ୍ୱାସ ଏବଂ ଆଶା ଦାବି କରେ। ଏହି ପୋଲ ଏକ ପର୍ଯ୍ୟଟନ ସ୍ଥଳ ଅପେକ୍ଷା ଅଧିକ ହୋଇଗଲା; ଏହା ମୋ ସହିତ ଏକ ଚୁକ୍ତି ହୋଇଗଲା। ଏକ ପ୍ରତିଶ୍ରୁତି ଯେ ଆଗକୁ ପଥ ଯେତେ ଅନିଶ୍ଚିତ ମନେ ହେଉ, ମୁଁ ଏହାକୁ ଶକ୍ତି, ସ୍ଥିରତା ଏବଂ ବିଶ୍ୱାସ ସହିତ ଚାଲିବି।
ଗଣ୍ଡକୀ ସୁବର୍ଣ୍ଣ ପୋଲ ବିଶ୍ୱର ତୃତୀୟ ହୋଇପାରେ, କିନ୍ତୁ ମୋ ହୃଦୟରେ, ଏହା ସର୍ବଦା ପ୍ରଥମ ରହିବ।
From Daringbadi to Nepal: A Journey of Climate, Livelihoods, and Hope
By Astina Raika, Gram Vikas
Daringbadi is often called the “Kashmir of Odisha.” Located nearly 3,000 feet above sea level in the Kandhamal district, this hill station is known for its cool climate, lush valleys, pine forests, coffee plantations, and waterfalls. Misty mornings, chilly nights, and a serene environment make it a charming retreat that thrives like the Himalayan terrain.
But Daringbadi is not just about its beauty. It is home to farmers who cultivate rice, turmeric, maize, and ginger. Small-scale coffee plantations supplement incomes, while forest resources provide food and livelihood resources. However, climate change is slowly disrupting this delicate balance. Rainfall has become unpredictable, crop cycles uncertain, and families often face difficult choices and migrate to distant states like Kerala, Andhra Pradesh, and Tamil Nadu for daily wage work.
I grew up witnessing this reality of people living in harmony with nature yet constantly navigating its uncertainties. So, when the opportunity arose for my first international learning visit to Nepal under the Climate Change Local Adaptation Pathways (CLAPs) project early this year, my heart brimmed with excitement, nerves, and curiosity. This visit aimed to understand how mountain communities in Nepal are adapting to climate change, managing natural resources, and sustaining their livelihoods.
Questions swirled in my mind:
“What is the climate like there? How do people earn a living? How do they adapt to climate change? Will I relate to this place as I do with my own region? Even simple things, will their food feel familiar?”
When my journey unfolded step by step: Daringbadi-Berhampur-Bhubaneswar-Delhi -Kathmandu-Pokhara-Kagbeni (Annapurna Conservation Area Project). I realised I wasn’t just about stepping out of my country, but stepping out of my comfort zone, carrying the stories of my land, and observing how similar struggles and hopes play out elsewhere.
This journey reshaped my mindset and understanding of social leadership. I was fortunate to travel with my colleagues Joel and Jobin, whose care and companionship made every moment comfortable and memorable.
Nepal: Exploring Himalayan Villages
Our field visit took us to several high-altitude villages in Kagbeni, Tangbe, and Mustang, where we observed livelihoods, environmental challenges, and community practices.
In Kagbeni, barley, buckwheat, and maize are key crops, but limited irrigation and irregular rainfall pose challenges. Households also rear livestock and depend on forest resources. Villagers told us that young men migrate to cities or other countries for work while women and elders manage farms, supported by remittances. Village councils oversee community work and water distribution. Farming is mostly cooperative and women play central roles in household and livestock management.
In Tangbe, barley, wheat and potatoes are the main crops. The village depends on terraced fields, and maintaining these terraces is labour-intensive, especially in a region where rainfall is limited. Many young men migrate to Pokhara and Kathmandu in search of work, and women shoulder most of the responsibilities at home. The villagers collectively manage terrace upkeep and irrigation channels, and women play a central role in both farming and community life.
Further into the Mustang region, the villages face an even harsher climate; cold, dry and with limited opportunities for cultivation. Farming here is mostly restricted to barley and potatoes, supported by small livestock and modest tourism. International migration is common, with many young people leaving for India, Thailand, the Gulf countries, and even Europe and the United States. Despite these challenges, Mustang’s communities operate through strong village assemblies and women’s groups that guide decisions on water management, farming practices, and conservation efforts.
Lessons I Carried Home
This journey revealed how closely the realities of Daringbadi mirror those of the villages in Nepal. In Daringbadi, I grew up in a mountain ecosystem where livelihoods depend heavily on agriculture and forests, much like the communities we visited in Nepal. Both regions are now grappling with irregular rainfall, prolonged dry spells, and growing climate instability, all of which make farming increasingly uncertain. As a result, migration has become a common coping strategy in both places: families in Daringbadi move to other Indian states for work, while Nepali youth often migrate to cities or other countries. Seeing these parallels helped me understand that the challenges faced by mountain communities are shared across borders, shaped by similar vulnerabilities and deep resilience.
Climate and Environment: Mountain ecosystems, whether in the Himalayas or the Eastern Ghats, are both fragile and vital. I saw how glaciers are melting rapidly, causing landslides and water scarcity, while in Daringbadi, rainfall variability and droughts threaten farming. In both regions, communities depend on springs and small water sources, yet face increasing uncertainty.
Livelihoods: Communities rely on rain-dependent crops, livestock, and tourism. Water scarcity and limited arable land are significant challenges. Collective water management and conservation practices are common.
Migration: Similar to Daringbadi, young people migrate for work while women maintain farms and households. This affects family structures and social relationships. While people in Daringbadi migrate within India, it was interesting to see international migration being a common trend in the Nepal villages that we visited. There is a social network created between people which helps people to safely migrate for work.
Community Practices: Traditional committees and women’s organizations lead collective decision-making, managing water distribution, crop planning, and problem-solving. These mirror the systems we see in Daringbadi like Van Suraksha Samiti (Forest Protection Committee) Farmer Producer Groups (FPGs), and Village Development Committees (VDC), Self Help Groups (SHGs), religious committees, youth collectives, where collective action is emphasised.
This visit gave me clear lessons I want to take back to Daringbadi; strengthening our village committees, improving water conservation, building awareness on climate resilience, and creating more space for women and youth to lead.
The communities in Mustang inspired me deeply. Observing livelihoods in harmony with the environment, alongside cooperation and shared responsibility, has given me a new perspective on what resilient, participatory, and environmentally sensitive development can look like at home.
“In the stillness of the mountains, people move with dreams.
Scarce water, harsh lands—but unity and hope endure.
Children walk miles for school; elders hold the community strong.
Migration is painful, but the dream of return remains bright”
-Astina Raika
A Bridge of Courage and Hope
As we travelled back from Mustang, we stopped at the Gandaki Golden Suspension Bridge, Asia’s longest and the world’s third-longest suspension footbridge. Behind me rose the mighty mountains, beneath me flowed the fierce Gandaki River, and around me rushed the whispering wind. It wasn’t just a view, it was a feeling, a test, and a triumph.
Standing there, I realised life itself is like a suspension bridge: every step forward demands courage, trust, and hope. Navigating the uncertainties of climate and livelihood in our own communities requires resilience, solidarity, and faith. The lessons from Nepal are not distant; they are deeply relevant to the hills of Daringbadi, reminding me that shared challenges can inspire shared solutions.
The Gandaki Golden Bridge may be third in the world, but in my heart, it will always remain first.
With editorial support from Sofia Juliet Rajan, and translation support from Alex Sam Thomas and Lata Biswal.